ଋତୁସ୍ରାବ
ଏହି ବିଷୟ ମାନବ ମହିଳାଙ୍କର ଋତୁସ୍ରାବ ସମ୍ବନ୍ଧରେ ଲିଖିତ । ମନୁଷ୍ୟ ବ୍ୟତୀତ ଅନ୍ୟ ସ୍ତନ୍ୟପାୟୀଙ୍କର ଋତୁସ୍ରାବ ବିଷୟରେ ପଢ଼ିବା ନିମନ୍ତେ ଋତୁସ୍ରାବ (ସ୍ତନ୍ୟପାୟୀ) ଦେଖନ୍ତୁ ।
ଋତୁସ୍ରାବ ବା ମାସିକ ଧର୍ମ ବା ମାସିକିଆ ବା ରଜଃସ୍ରାବ, (ଇଂରାଜୀ ଭାଷାରେ ମେନ୍ସ୍ଟୃଏସନ, ପିରିଅଡ଼ ଓ ମନ୍ଥଲି ଯଥାକ୍ରମେ menstruation, period, monthly,[୧] ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ ।[୨] ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ବାହାରେ ।[୩] ବ୍ରଣ ହୁଏ, ସ୍ତନ ଦରଜ ହୁଏ ଓ ଫୁଲିଯାଏ, ଥକ୍କା ଲାଗେ, ବିରକ୍ତି ଆସେ ଓ ଭାବନାତ୍ମକ ପରିବର୍ତ୍ତନ ହୁଏ ।[୪] ୨୦ରୁ ୩୦ % ମହିଳାଙ୍କର ସାଧାରଣ ଜୀବନଯାତ୍ରା ଏହାଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ରଖାଯାଇଛି । ୩ରୁ ୮ % କେଶରେ ଏହି ସ୍ଥିତି ଗମ୍ଭୀର ହୁଏ ।[୩]
ପ୍ରଥମ ଋତୁସ୍ରାବ ୧୨ରୁ ୧୫ ବର୍ଷ ବୟସରେ ଆରମ୍ଭ ହୁଏ ଯାହାକୁ ରଜୋଦର୍ଶନ (ଇଂରାଜୀ ଭାଷାରେ ମେନାର୍କି/ menarche) କୁହାଯାଏ ।[୧] ଋତୁସ୍ରାବ ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ "ସାଧାରଣ" କୁହାଯାଏ ।[୨] ବିକଶିତ ଦେଶମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ ବିକାଶଶୀଳ ଦେଶମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ । ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତୀ ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ ।[୨][୫] ପ୍ରାୟ ୪୫ରୁ ୫୫ ବୟସ ମଧ୍ୟରେ ଋତୁବନ୍ଦ ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ ।[୬] ଋତୁସ୍ରାବ ସାଧାରଣତଃ ୨ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ ।[୨]
ହରମୋନମାନଙ୍କର ସ୍ତର କମ ବେଶୀ ହେବାଯୋଗୁ ଋତୁଚକ୍ର ହୁଏ । ହରମୋନ ପ୍ରଭାବ ଫଳରେ ଜରାୟୁର ଅନ୍ତଃସ୍ତର ମୋଟା ହୁଏ ଓ ଅଣ୍ଡା କ୍ଷରଣ ହୁଏ ଓ ଏହି ଅଣ୍ଡାକୁ ଗ୍ରହଣ କରି ଜରାୟୁରେ ଗର୍ଭାବସ୍ଥା ହୁଏ । ଋତୁଚକ୍ରର ପ୍ରାୟ ୧୪ତମ ଦିନରେ ଅଣ୍ଡା କ୍ଷରଣ ହୁଏ ଓ ସମ୍ଭାବ୍ୟ ଫିଟସ ଧାରଣ କରି ପୋଷକ ଯୋଗାଣ କରିବାକୁ ସ୍ଥୁଳ ଜରାୟୁ ତିଆରି ହୋଇଥାଏ । ଗର୍ଭାଧାନ ନ ହେଲେ ଜରାୟୁର ବୃଦ୍ଧିପ୍ରାପ୍ତ ସ୍ତର ଭାଙ୍ଗିଯାଏ ଋତୁସ୍ରାବ ହୁଏ । [୨]
ଋତୁସ୍ରାବ ସମୟରେ ଅନେକ ସମସ୍ୟା ଜାତ ହୁଏ । ବୟସ ୧୫ ସୁଦ୍ଧା ଋତୁସ୍ରାବ ନ ହେଲେ କିମ୍ବା ୯୦ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ନ ହେଲେ ସେହି ଅବସ୍ଥାକୁ ଆମେନୋରିଆ କୁହାଯାଏ । ଗର୍ଭାବସ୍ଥାରେ ଓ ସ୍ତନ୍ୟପାନର ପ୍ରଥମ କିଛି ମାସରେ ଋତୁସ୍ରାବ ହୁଏ ନାହିଁ । ଏହାର ସମସ୍ୟା: ଯନ୍ତ୍ରଣାଦାୟକ ଋତୁସ୍ରାବ ଓ ଅସାଧାରଣ ଋତୁସ୍ରାବ ଯେପରିକି ଋତୁଚକ୍ର ମଝିରେ ହୁଏ ବା ଅତ୍ୟଧିକ ଋତୁସ୍ରାବ ହୁଏ । । [୨] କେତେକ ସ୍ତନ୍ୟପାୟୀ ଜୀବମାନଙ୍କର ମଧ୍ୟ ଋତୁସ୍ରାବ ହୁଏ ଯେପରିକି ବାଦୁଡ଼ି ଓ ମାଙ୍କଡ଼ ପ୍ରଜାତି । [୭]
ପ୍ରତିଶବ୍ଦ - ମାସିକିଆ, ପିରିଅଡ଼; ଇଂରାଜୀରେ monthly, period[୮][୯]
ଏହା ପ୍ରଥମ ଯୌନ ପୂର୍ଣ୍ଣତା ପ୍ରାପ୍ତ ସମୟରୁ ଋତୁସ୍ରାବ ଆରମ୍ଭ ହୋଇ ଋତୁ ବିରତି ପର୍ଯ୍ୟନ୍ତ ଚାଲୁ ରହେ । ଋତୁ ବିରତି ହେଲେ ପ୍ରଜନନ କ୍ଷମତାର ଅନ୍ତ ହେବ ଧରାଯାଏ ।
ମହିଳାଙ୍କର ଗର୍ଭାଧାନ ସମୟରେ ଓ ଛୁଆକୁ ସ୍ତନ୍ୟପାନ କରେଇବା ସମୟରେ ଋତୁସ୍ରାବ ବନ୍ଦ ରହେ । ଏହି ସମସ୍ତ ଅଭାବରେ ଯଦି ଋତୁସ୍ରାବ ୯୦ ଦିନରୁ ବେଶୀ ସମୟ ଧରି ନ ହୁଏ ତେବେ ଡାକ୍ତରୀ ପରୀକ୍ଷା ଆବଶ୍ୟକ ହୁଏ କାରଣ ଅନେକ କିସମର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜେ ।
ସମ୍ୟକ ଦୃଷ୍ଟିପାତ
[ସମ୍ପାଦନା]ନିୟମିତ ଋତୁସ୍ରାବ ପ୍ରାୟ ୩ରୁ ୫ ଦିନ ପର୍ଯ୍ୟନ୍ତ ହୁଏ କିନ୍ତୁ ୨ରୁ ୭ ଦିନ ପର୍ଯ୍ୟନ୍ତ ସାଧାରଣ[୧୦] ବୋଲି ଧରାଯାଏ । ଋତୁସ୍ରାବର ପ୍ରଥମ ଦିନଠାରୁ ଆରମ୍ଭ କରି ପରବର୍ତ୍ତୀ ଋତୁସ୍ରାବ ଆରମ୍ଭ ପର୍ଯ୍ୟନ୍ତ ସମୟକୁ ଋତୁ ଚକ୍ର (Menstrual cycle) କୁହାଯାଏ । ଏହା ୨୮ ଦିନ ସମୟ ନିଏ କିନ୍ତୁ ୨୧ରୁ ୩୫ ଦିନ ସମୟକୁ ସାଧାରଣ (Normal) [୧୧] ବୋଲି ଧରାଯାଏ । କୁଆଁରୀ ସମୟରେ ୨୧ରୁ ୪୫ ଦିନ ପର୍ଯ୍ୟନ୍ତ ଋତୁ ଚକ୍ର ହୋଇ ପାରେ । ଋତୁସ୍ରାବ ପୂର୍ବରୁ ସ୍ତନ ପୀଡ଼ା ଫୁଲା ଓ ବ୍ରଣ ଇତ୍ୟଦି ଲକ୍ଷଣମାନଙ୍କୁ ଋତୁସ୍ରାବ ପୂର୍ବ ମୋଲିମିନା (Premenstrual molimina)[୧୨] କୁହାଯାଏ ।
ସାଧାରଣତଃ ଋତୁସ୍ରାବ ପରିମାଣ ୩୫ ମିଲି.ଲି (ବଡ଼ ଚା ଚାମଚରେ ୨.୪ ଚାମଚ) ହୋଇଥିଲେ ମଧ୍ୟ ୧୦ରୁ ୮୦ ମିଲି.ଲି ପରିମାଣକୁ ନର୍ମାଲ ବା ସାଧାରଣ ବୋଲି ଧରାଯାଏ । ଏହି ସ୍ରାବକୁ ଋତୁ ତରଳ ପଦାର୍ଥ କହିବା ଅଧିକ ସମିଚୀନ ହେବ । ଏହି ପଦାର୍ଥରେ କିଛି ପରିମାଣ ରକ୍ତ, ଜରାୟୁ ମୂଖର ଝିଲ୍ଲୀ, ଜୋନୀପଥ ସ୍ରାବ, ଓ ଜରାୟୁର ଭିତର ଆସ୍ତରଣର ତନ୍ତୁ ଥାଏ । ଏହି ସ୍ରାବର ରଙ୍ଗ ବ୍ରାଉନ ଲାଲ ହୁଏ, ଶୀରା ରକ୍ତଠାରୁ ଟିକିଏ ଗାଢ଼ ।
ଶାରୀରିକ ଅନୁଭୁତି
[ସମ୍ପାଦନା]ମହିଳାମାନଙ୍କର ଋତୁଚକ୍ର ସମୟରେ ହରମୋନ କମ ବେଶୀ ହେବା ଯୋଗୁ କେତେକ ଶାରୀରିକ ଲକ୍ଷଣ ଦେଖାଯାଏ । ଋତୁସ୍ରାବ ସମୟରେ ଓ ପୂର୍ବରୁ ଜରାୟୁର ମାଂସପେଶୀ ସଙ୍କୋଚନ ହେତୁ କ୍ରାମ୍ପ ହୁଏ ଓ ଯନ୍ତ୍ରଣା ହୁଏ । କେତେକ ମହିଳା ଥକ୍କା ଅନୁଭବ କରନ୍ତି, ସ୍ତନ ଦରଜ ହୁଏ, ବାନ୍ତି ଲାଗେ ଓ ଯୌନ ଇଚ୍ଛାରେ ପରିବର୍ତ୍ତନ ହୁଏ । ଜଳୀୟ ଅଂଶ ଅଧିକ ହେବାରୁ ସ୍ତନ ଫୁଲି ଯାଏ ଓ ଅଶ୍ୱସ୍ତି ଲାଗେ । ଏହି ଅନୁଭୁତି ଗୁଡ଼ିକ ବହୁତ କମ ହୁଏ । କମ ପରିମାଣର ଲୁଣ, କେଫିନ ଓ ମଦ୍ୟପାନ କରିବା ସହ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଦ୍ୱାରାଏହି ଲକ୍ଷଣ କମିଯାଏ [୧୩]। ଏହି ଲକ୍ଷଣ ସମୂହ ସବୁ ଋତୁସ୍ରାବ ସମୟରେ ସମାନ ଅନୁଭୁତ ହୁଏ ନାହିଁ ଓ ସବୁ ମହିଳାଙ୍କର ସମାନ ଅନୁଭୁତି ହୁଏ ନାହିଁ । ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟରେ ବାଧା ହେଲେ ତାହାକୁ ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡର (premenstrual dysphoric disorder) କହନ୍ତି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Women's Gynecologic Health. Jones & Bartlett Publishers. 2011. p. 94. ISBN 9780763756376.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Menstruation and the menstrual cycle fact sheet". Office of Women's Health. December 23, 2014. Retrieved 25 June 2015.
- ↑ ୩.୦ ୩.୧ Biggs, WS; Demuth, RH (15 October 2011). "Premenstrual syndrome and premenstrual dysphoric disorder". American family physician. 84 (8): 918–24. PMID 22010771.
- ↑ "Premenstrual syndrome (PMS) fact sheet". Office on Women's Health. December 23, 2014. Retrieved 23 June 2015.
- ↑ American Academy of Pediatrics Committee on, Adolescence; American College of Obstetricians and Gynecologists Committee on Adolescent Health, Care; Diaz, A; Laufer, MR; Breech, LL (November 2006). "Menstruation in girls and adolescents: using the menstrual cycle as a vital sign". Pediatrics. 118 (5): 2245–50. PMID 17079600.
- ↑ "Menopause: Overview". www.nichd.nih.gov. 2013-06-28. Retrieved 8 March 2015.
- ↑ Kristin H. Lopez (2013). Human Reproductive Biology. Academic Press. p. 53. ISBN 9780123821850.
- ↑ Logan, Carolyn (April 15, 1997). "Take Your Choice". Counterbalance: Gendered Perspectives on Writing and Language. p. 41. ISBN 1551111276. Retrieved February 18, 2013.
- ↑ Jurgens, Janice J.; Powers, Bethel A. (1992). "An Exploratory Study of the Menstrual Euphemisms, Beliefs and Taboos of Head Start Mothers". In Sampselle, Carolyn M. (ed.). Violence Against Women: Nursing Research, Education, and Practice Issues. p. 37. ISBN 1560322179. Retrieved February 18, 2013.
- ↑ "Menstruation and the Menstrual Cycle". Womenshealth.gov. November 2002. Archived from the original on 2 March 2007. Retrieved 11 June 2005.
- ↑ American Congress of Obstetricians and Gynecologists. "Menstruation in girls and adolescents: Using the menstrual cycle as a vital sign". ACOG.
- ↑ https://en.wiktionary.org/wiki/molimina
- ↑ "Water retention: Relieve this premenstrual symptom". Mayo Clinic. Retrieved 20 September 2011.