[go: up one dir, main page]

Jump to content

ବ୍ୟକ୍ତିତ୍ୱ ବିକାର

ଉଇକିପିଡ଼ିଆ‌ରୁ
Personality disorders
ବିଭାଗPsychiatry
ଲକ୍ଷଣMaladaptive behavior, thinking, and feeling[]
ଆକ୍ରାନ୍ତ ସମୟLate childhood, early aduldhood[]
ଅବଧିLong term[]
କାରଣUnclear[]
ବିପଦ କାରକGenetics, cultural factors[]
ଚିକିତ୍ସାCounselling[]
PrognosisOften poor[]
ପୁନଃପୌନିକ6–15%[]

ବ୍ୟକ୍ତିତ୍ୱ ବିକାର (Personality disorders/ PD ) ମାନସିକ ରୋଗ ଗୋଷ୍ଠୀ ରୋଗ ଯେଉଁଥିରେ ଅସଙ୍ଗତ ଆଚରଣ, ଚିନ୍ତାଧାରା ଏବଂ ଅନୁଭବ ଦେଖାଯାଏ ।[] ଏହା ଅନେକ ପ୍ରସଙ୍ଗରେ ଘଟିଥାଏ ଏବଂ ବ୍ୟକ୍ତିର ସଂସ୍କୃତିଦ୍ୱାରା ଗ୍ରହଣୀୟ ନୁହେଁ | [] ଲକ୍ଷଣଗୁଡିକ ଏଭଳି ସ୍ତରରେ ଥାଏ ଯେଉଁଥିରେ କାର୍ଯ୍ୟ କ୍ଷମତା କମିଯାଏ ହୋଇଯାଏ କିମ୍ବା ଉଲ୍ଲେଖନୀୟ ଚାପ ସୃଷ୍ଟି ହୁଏ | [] ସାଧାରଣତଃ ପିଲାଦିନର ଉତ୍ତର ଭାଗରେ କିମ୍ବା ବୟସ୍କ ଅବସ୍ଥାରେ ଏହି ରୋଗ ହୁଏ | []

ଏହାର ମୂଳ କାରଣ ଅସ୍ପଷ୍ଟ ରହିଛି। [] ଜେନେଟିକ ଏବଂ ସାଂସ୍କୃତିକ କାରଣଗୁଡ଼ିକ ଜଡ଼ିତ ହୋଇପାରେ | [] ବ୍ୟକ୍ତିତ୍ୱ ବିକାର ତିନୋଟି ଭାଗରେ ବିଭକ୍ତ ହୋଇଥାଏ ଯଥା: - କ (A ) (ଆତ୍ମକୈନ୍ଦ୍ରିକ), ଖ (ବି) (ନାଟକୀୟ), ଏବଂ ଗ (C) (ଉଦ୍‌ବେଗ)ରେ ବିଭକ୍ତ | [] କ ଭାଗରେ ପାରାନଏଡ, ସିଜଏଡ ଓ ସିଜୋଟାଇପାଲ; ଭାଗ ଖରେ କ୍ଲଷ୍ଟର ବିରେ ଅସାମାଜିକ, ହିଷ୍ଟ୍ରିଓନିକ, ନାର୍ସିସିଷ୍ଟିକ ଏବଂ ସୀମାରେଖା; ଏବଂ ଭାଗ ଗରେ ଦୂରେଇ ରହିବା, ନିର୍ଭରଶୀଳ ଏବଂ ଅବସେସିଭ-କମ୍ପଲସିଭ ବେମାରୀ ଇତ୍ୟଦି ଦେଖାଯାଏ ।[] ବ୍ୟକ୍ତି ବିଷୟରେ ଭଲ ରୂପେ ଜାଣିଥିବା ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରି ରୋଗ ନିର୍ଣ୍ଣୟ କରାଯାଏ | []

ଚିକିତ୍ସାରେ ଜଣେ ବ୍ୟକ୍ତିଙ୍କୁ ନୂତନ ଆଚରଣ ବିକାଶ ପାଇଁ ଶିକ୍ଷା ଦିଆଯାଏ | [] ଏଥିରେ ସାମାଜିକ ଦକ୍ଷତା ତାଲିମ, ଗୋଷ୍ଠୀ ଚିକିତ୍ସା, ଜ୍ଞାନ‌ଗତ ଆଚରଣ ବିଧି, କିମ୍ବା ସାଇକୋଡାଇନାମିକ ଚିକିତ୍ସା କରାଯାଏ । [] ନିର୍ଦ୍ଦିଷ୍ଟ ଔଷଧ ଅନୁମୋଦିତ ହୋଇନଥିବା ବେଳେ ବେଳେବେଳେ ଆଣ୍ଟିସାଇକୋଟିକ, ଲିଥିୟମ୍, କିମ୍ବା ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ବ୍ୟବହାର କରାଯାଇପାରେ | [] ଚିକିତ୍ସା କଷ୍ଟସାଧ୍ୟ ହୋଇପାରେ କାରଣ ଅଧିକାଂଶ ରୋଗୀ ନିଜର କୌଣସି ସମସ୍ୟା ଥିବା ଭାବନ୍ତି ନାହିଁ | [] ସମୟ ସହିତ ରୋଗର ଉନ୍ନତି ଏବଂ ଅବନତି ହୁଏ ଯଦିଓ କେତେକ କ୍ଷେତ୍ରରେ ବୟସ ବୃଦ୍ଧି ସହିତ କମ୍ ପ୍ରଭାବିତ ହୁଅନ୍ତି | []

ଅତି କମ୍‌ରେ ଜନସଂଖ୍ୟାର ପ୍ରାୟ ୬ରୁ ୧୫% ମଧ୍ୟରେ ଗୋଟିଏ ବ୍ୟକ୍ତିତ୍ୱ ବିକାର ହୁଏ | [] [] କ ଭାଗ ପ୍ରାୟ ୩ରୁ ୬%, ଖ ଭାଗ ପ୍ରାୟ ୧.୫% ଏବଂ ଗ ଭାଗ ପ୍ରାୟ ୩ରୁ ୯%କୁ ପ୍ରଭାବିତ କରିଥାଏ | [] [] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [] ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଚାରି Humors କାରଣରୁ ହେଉଥିବା ହିପୋକ୍ରେଟସ ପ୍ରସ୍ତାବ ଦେଇଥିଲେ | [] ୧୯୫୨ ମସିହାରେ ଡିସିଏମ-୧ ୭ ବ୍ୟକ୍ତିତ୍ୱର ବିଭ୍ରାଟ ତାଲିକାଭୁକ୍ତ କରିଥିଲା ଯାହା ଡିସିଏମ-୪ରେ ୧୧ ଏବଂ ଡିସିଏମ-୫ରେ ୧୦କୁ ବୃଦ୍ଧି ପାଇଥିଲା | []  

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ American Psychiatric Association (2013). Diagnostic and Statistical Manual of Mental Disorders (Fifth ed.). Arlington, VA: American Psychiatric Publishing. pp. 646–49. ISBN 978-0-89042-555-8.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Fariba, K; Gupta, V; Kass, E (January 2020). "Personality Disorder". PMID 32310518. {{cite journal}}: Cite journal requires |journal= (help)