ନିକ୍ଲୋସାମାଇଡ
Clinical data | |
---|---|
Trade names | Niclocide, Fenasal, Phenasal, others |
AHFS/Drugs.com | Micromedex Detailed Consumer Information |
ATC code | |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.000.052 |
Chemical and physical data | |
Formula | C13H8Cl2N2O4 |
Molar mass | 327.119 g/mol |
3D model (JSmol) | |
Melting point | 225 to 230 °C (437 to 446 °F) |
| |
| |
(what is this?) (verify) |
ନିକ୍ଲୋସାମାଇଡ (ଇଂରାଜୀ ଭାଷାରେ Niclosamide, ବିକ୍ରୟ ନାମ ନିକ୍ଲୋସାଇଡ/Niclocide) ଏକ ଔଷଧ ଯାହା ଫିତାକୃମି ବା ଟେପୱର୍ମ ପର୍ଯ୍ୟାକରଣ (tapeworm infestations) ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଏହି ଫିତାକୃମି ପର୍ଯ୍ୟାକରଣ ମଧ୍ୟରେ ଡାଇଫାଇଲୋବୋଥ୍ରିଆସିସ (diphyllobothriasis), ହାଇମେନୋଲେପିଆସିସ (hymenolepiasis) ଓ ଟିନିଆସିସ (taeniasis) ଅନ୍ତର୍ଭୁକ୍ତ ।[୧] ଏହା ଗୋଲକୃମି (roundworms) ବା ପିନୱର୍ମ (pinworms) ଭଳି ଅନ୍ୟାନ୍ୟ କୃମି ନିମନ୍ତେ ପ୍ରଭାବଶାଳୀ ହୁଏନାହିଁ । [୨] ଏହା ପାଟିରେ ଦିଆଯାଏ ।[୧]
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ (constipation) ଓ ଗଲୁ ସାଧାରଣତଃ ଦେଖାଯାଏ । ଗର୍ଭାବସ୍ଥାରେ ଏହା ବ୍ୟବହାର କରାଯାଏ ଓ ଶିଶୁ ନିମନ୍ତେ ମଧ୍ୟ ନିରାପଦ ଜଣାଯାଏ ।[୧] ଏହା ଆଣ୍ଟିହେଲମିନ୍ଟିକ (anthelmintic) ଶ୍ରେଣୀର ଔଷଧ ।[୨] ଶର୍କରା ଅଧିଗ୍ରହଣକୁ ଏହା ଅବରୋଧ କରେ ।[୩]
ସନ ୧୯୫୮ରେ ନିକ୍ଲୋସାମାଇଡ ଆବିଷ୍କୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଗୋଟିଏ ନିକ୍ଲୋସାମାଇଡ କୋର୍ଷର ବିକାଶଶୀଳ ଦେଶମାନଙ୍କରେ ମୂଲ୍ୟ ୦.୨୪ ଆମେରିକୀୟ ଡଲାର ।[୬] ବ୍ୟବସାୟୀକ ଭିତ୍ତିରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ ।[୨] କେତେକ ପ୍ରାଣୀମାନଙ୍କ ନିମନ୍ତେ ଏହା ପ୍ରଭାବଶାଳୀ ହୁଏ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. pp. 81, 87, 591. ISBN 9789241547659.
- ↑ ୨.୦ ୨.୧ ୨.୨ "Niclosamide Advanced Patient Information - Drugs.com". www.drugs.com. Retrieved 8 December 2016.
- ↑ ୩.୦ ୩.୧ Jim E. Riviere; Mark G. Papich (13 May 2013). Veterinary Pharmacology and Therapeutics. John Wiley & Sons. p. 1096. ISBN 978-1-118-68590-7.
- ↑ Mehlhorn, Heinz (2008). Encyclopedia of Parasitology: A-M (in ଇଂରାଜୀ). Springer Science & Business Media. p. 483. ISBN 9783540489948.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Niclosamide". International Drug Price Indicator Guide. Archived from the original on 10 May 2017. Retrieved 1 December 2016.