ଓଲଟ କମଳ
ଓଲଟକମଳ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Malvales |
କୁଳ: | Malvaceae |
ପ୍ରଜାତି: | Abroma |
ଜାତି: | A. augustum |
ବାଇନୋମିଆଲ ନାମ | |
Abroma augustum |
ଓଲଟ କମଳ (ଇଂରାଜୀ:Abroma augusta Linn.f.) ଏକ ଛୋଟ ବୃକ୍ଷ | କୁଳ(Family)-ପିଶାଚକାର୍ପାସ –Sterculiaceae ଇଂରାଜୀ ନାମ- ଡ଼େଭିଲ୍ସ୍ କଟନ(Devil’s cotton, Indian Hemp) ଲାଟିନ ନାମ-ଆବ୍ରୋମା ଅଗଷ୍ଟା ଲୀନ. ଏଫ.
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ଓଲଟକମଳ |
ସଂସ୍କୃତ | ପିଶାଚ କାର୍ପାସ, ପିୱରୀ |
ହିନ୍ଦୀ | ଉଲଟ କମଳ उलट कमल |
ଅସିମୀୟା | ବନ୍ କପାସୀ বন কপাসী |
କନ୍ନଡ଼ | ମେଲ୍ପୁନ୍ଦିଗିଡା ಮೇಲಪುನ್ದಿಗಿಡಾ |
ତାମିଲ | ଶିବାପ୍ପୁଟ୍ଟୁଟ୍ଟୀ ஷிபாட்டுட்டடட்டீ |
ବଙ୍ଗଳା | ଓଲଟକମଳ ওলটকমল |
ମରାଠି | ଉଲାଟକମଳ, ଓଲକତାମୋଳ उलाटकमळ, ओलकतामोळ |
ମାଲୟାଲମ | ଶିବାପ୍ପାରୁଟ୍ଟି ശിബാപ്പാരുട്ടി |
ମେଘାଲୟ ଗାରୋ | ଦଇୟା |
ମେଘାଲୟ ଚକ୍ମା | ପୋଳୁମାଏବା |
ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା
[ସମ୍ପାଦନା]ଏହାର ରୋମଶ ଗୁଳ୍ମ କିମ୍ବା ଛୋଟ ବୃକ୍ଷ ୧୦ ଫୁଟ ପର୍ଯ୍ୟନ୍ତ କିମ୍ବା ତତୁର୍ଦ୍ଧ ଉଚ୍ଚ ହୋଇଥାଏ ।
- କାଣ୍ଡ ତ୍ୱକରୁ ରେଶମି ଲମ୍ବା ସୂତ୍ର ବାହାରି ଥାଏ ।
- ପତ୍ର-୪-୬ ଇଞ୍ଚ ଦୈର୍ଘ୍ୟ,୪-୫ ଇଞ୍ଚ ପ୍ରସ୍ଥ, ଦନ୍ତୁର ଧାର । ଊର୍ଦ୍ଧ୍ୱ ଭାଗ ପତ୍ର ଅଖଣ୍ଡ ଏବଂ ଛୋଟ ହୋଇଥାଏ । ଉପପତ୍ର ପତ୍ରବୃନ୍ତ ସମାନ ୧/୨ -୧ ଇଞ୍ଚ ଲମ୍ବା ହୋଇଥାଏ ।
- ପୁଷ୍ପ-ଗୁଚ୍ଛୟୁକ୍ତ, ବାଇଗଣୀ ରଙ୍ଗ, ଅଧୋମୁଖ, ୨ ଇଞ୍ଚ ବ୍ୟାସ ଯୁକ୍ତ ହୋଇଥାଏ । ପୁଷ୍ପଦଣ୍ଡ ୧.୫ଇଞ୍ଚ ଲମ୍ବା, ଅକ୍ଷୀୟ ଅବସ୍ଥିତି । ପୁଷ୍ପ ବାହ୍ୟ ଦଳ ୪ ତଥା ଆଭ୍ୟନ୍ତର ଦଳ ୫ଟି ଥାଏ ।
- ଫଳ- ପଞ୍ଚ କୋଣୀୟ ତଥା ପଞ୍ଚକୋଷ୍ଠୀୟ, ୧.୫ଇଞ୍ଚ ଦୈର୍ଘ୍ୟ, ଯାହା ଭିତରେ ମୂଳା ବୀଜ ସଦୃଶ ଅନେକ କୃଷ୍ଣ ବର୍ଣ୍ଣର ବୀଜ ଥାଏ ।
- ଅଗଷ୍ଟ –ସେପ୍ଟେମ୍ବର ମାସରେ ପୁଷ୍ପ ତଥା ଅକ୍ଟୋବର-ଜାନୁୟାରୀ ମାସରେ ଫଳ ପ୍ରସ୍ଫୁଟିତ ହୋଇଥାଏ ।
ଭୌଗଳିକ ପ୍ରାପ୍ତି ସ୍ଥାନ
[ସମ୍ପାଦନା]ପ୍ରାୟତଃ ସମଗ୍ର ଏସିଆରେ ଦେଖିବାକୁ ମିଳିଥାଏ ନେପାଲ ଏବଂ ପାକିସ୍ତାନରେ ମଧ୍ୟ ମିଳିଥାଏ । ଏହା ଭାରତର ଆସାମ, ସିକିମ, ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟରେ ଦେଖିବାକୁ ମିଳିଥାଏ |
ରାସାୟନିକ ସଂଘଟନ
[ସମ୍ପାଦନା]- କାଣ୍ଡ ଏବଂ ଚେରରେ: ଆବ୍ରୋମାଇନ( abromine), କୋଲାଇନେ ଏବଂ ବିଟାଇନ (Choline and Betaine) ତଥା ଦୁଇଟି ଷ୍ଟେରୋଲ ଯଥା ବି-ଷ୍ଟେରୋଲ ଏବଂ ସିଗ୍ମା-ଷ୍ଟେରୋଲ । ଆଉଗଷ୍ଟିକ ଏସିଡ ଏବଂ ଷ୍ଟିଗ୍ମାଷ୍ଟେରୋଲ ଗ୍ଲାଇକୋସାଇଡ । ଏହା ବ୍ୟତୀତ ରେସିନ(resin), ଅଠା ନିର୍ଯ୍ୟାସ (Gum), ଡିଜିଟୋନଇଡ (digitonide) ଆଦି ଯୌଗିକ ମହଜୁଦ ଥାଏ ।
- ଖଣିଜ ଲବଣ: ପୋଟାସିୟମ (k), ସୋଡିୟମ(Na), ମାଗ୍ନେସିୟମ(Mg)
- ପତ୍ରରେ: ଗ୍ଲାଈକୋଷାଇଡ ଯୌଗିକ ଯଥେଷ୍ଟ ମାତ୍ରାରେ ଥାଏ ।ତାରାକ୍ସେରୋ(taraxero)
- ମଞ୍ଜିରେ ଥାଏ: ସ୍ଥିର ତୈଳ ଏବଂ ଲିନୋଲେଇକ ଏସିଡ [୧]
ଚିକିତ୍ସା ବିଜ୍ଞାନ ଗବେଷଣାଦ୍ୱାରା ସିଦ୍ଧ ତଥ୍ୟ
[ସମ୍ପାଦନା]- ମଧୁମେହ ନିୟନ୍ତ୍ରଣ କ୍ଷମତା: ଉଲଟ କମ୍ବଳ ପତ୍ରର ମିଥ।ନୋଲ ଆହାରିତ ଯୌଗିକ ମଧୁମେହ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ସକ୍ଷମ ।
- ସେଣ୍ଟ୍ରାଲ କାଉନ୍ସିଲ ଅଫ ହୋମୀଓପାଥୀଦ୍ୱାରା ପ୍ରତିପାଦିତ ଗବେଷଣା ପ୍ରମାଣିତ ତଥ୍ୟାବଳୀ ଅନୁଯାୟୀ ଏହା ଯାବତୀୟ ସ୍ତ୍ରୀରୋଗ ଯଥା-କୃଛାର୍ତ୍ତବ, ଶ୍ୱେତ ପ୍ରଦର, ଜରାୟୁ ପ୍ରଦାହରେ ବହୁ ସଫଳ ପୂର୍ବକ ଆରୋଗ୍ୟ ପ୍ରଦାନ କରିଥାଏ ।ଏହା ମଧୁମେହ ଏବଂ ଶ୍ୱାସନଳୀ ପ୍ରଦାହରେ ଫଳପ୍ରଦାୟକ ।
- ଗର୍ଭପାତ ଗୁଣ(Abortifacient): ଏହାର ବୀଜ ତୈଳ ଏବଂ ଚେରରେ ଗର୍ଭପାତ ଏବଂ ସ୍ୱତଃ ଗର୍ଭସ୍ରାବ କରାଇବାର କ୍ଷମତା ଥାଏ ।
ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଗୁଣ ବର୍ଣ୍ଣନା
[ସମ୍ପାଦନା]ଗୁଣ | ଲଘୁ, ରୂକ୍ଷ, ତୀକ୍ଷ୍ଣ |
---|---|
ରସ | କଟୁ, ତିକ୍ତ |
ବୀର୍ଯ୍ୟ | ଉଷ୍ଣ |
ବିପାକ | କଟୁ |
ଦୋଷ ପ୍ରୟୋଗ
[ସମ୍ପାଦନା]ଏହା କଫ ବାତ ଶାମକ ତଥା ପିତ୍ତବର୍ଦ୍ଧକ ।
ସଂସ୍ଥାନିକ ପ୍ରୟୋଗ
[ସମ୍ପାଦନା]ପ୍ରଜନନ ସଂସ୍ଥାନ –ଜରାୟୁ ରୋଗ-ରଜୋରୋଧ, କଷ୍ଟାର୍ତ୍ତବ, ଅନିୟମିତ ଋତୁସ୍ରାବରେ ଏହା ଅତିଶୟ ଲାଭକର । ଏହା ଋତୁସ୍ରାବର ତିନି ଦିନ ପୂର୍ବରୁ ଋତୁସ୍ରାବର ଦୁଇଦିନ ପର ପର୍ଯ୍ୟନ୍ତ ଦିଆଯାଏ । ଏହା ଅତି ମାତ୍ରାରେ ଗର୍ଭପାତ କରାଏ । ଏହା ଗର୍ଭାଶୟବଲ୍ୟ, ଗର୍ଭାଶୟୋତ୍ତେଜକ, ଆର୍ତ୍ତବଜନନ ତଥା ବେଦନସ୍ଥାପନ ଗୁଣ ପ୍ରଭାବ ଯୁକ୍ତ ଅଟେ ।
ଆଧାର
[ସମ୍ପାଦନା]- ↑ (Ghani, 2003; Rastogi & Mehrotra, 1993; Asolkar et al., 1992)
ବାହାର ଆଧାର
[ସମ୍ପାଦନା]- ଦ୍ରବ୍ୟଗୁଣ ବିଜ୍ଞାନ –ପ୍ରଫେସର ପ୍ରିୟବ୍ରତ ଶର୍ମା –ଖଣ୍ଡ -୩, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ।
- http://www.maharashtra.gov.in/pdf/gazeetter_reprint/BOTANY/SECTION_I_MEDICINAL_PLANTS.pdf
- PHARMACY AND CHEMICAL STUDIES :Abroma Augusta Folia Muzumdar K P. http://homeoresearch.blogspot.com/2010/10/pharmacy-and-chemical-studies-abroma.html
- Dr. Shaikh Bokhtear Uddin, Ethnobotany Lab, Department of Botany, Chittagong University, Chittagong 4331, Bangladesh. Medicinal Plants Database of Bangladesh-http://www.mpbd.info/