କଳାମୁଣ୍ଡିଆ ବାରମାସୀ
କଳାମୁଣ୍ଡିଆ ବାରମାସୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Passeriformes |
Family: | Estrildidae |
Genus: | Lonchura |
ଜାତି: | L. malacca |
ବାଇନୋମିଆଲ ନାମ | |
Lonchura malacca କାର୍ଲ୍ ଲିନାୟସ୍, ୧୭୬୬
| |
Synonyms | |
ଲୋକ୍ସିଆ ମାଲାକା (Loxia malacca) ଲିନାୟସ୍, ୧୭୬୬ |
କଳାମୁଣ୍ଡିଆ ବାରମାସୀ (ଇଂରାଜୀ ଭାଷାରେ tricoloured munia, ଜୀବବିଜ୍ଞାନ ନାମ Lonchura malacca) ପକ୍ଷୀ ପ୍ରଜାତି ମୁଖ୍ୟତଃ ବଙ୍ଗଳାଦେଶ[୨], ଭାରତ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଚୀନ ଅଞ୍ଚଳରେ ବସବାସ କରିଥାଏ । ଏହି ପକ୍ଷୀକୁ ତ୍ରିନିଦାଦ, ଜାମାଇକା, ହିଷ୍ପାନିଓଲା, କ୍ୟୁବା, ପ୍ୱେର୍ଟୋ ରିକୋ, ଭେନେଜୁଏଲା ଆଦି ଅଞ୍ଚଳରେ ନେଇ ସେଠାରେ ଛଡ଼ାଯାଇଥିଲା । ଏହି ପକ୍ଷୀ ଦେଖିବାକୁ ପ୍ରାୟ ମାଟିଆ ବାରମାସୀ ଚଢ଼େଇ ପରି । ଅପରିପକ୍ୱ ପକ୍ଷୀମାନଙ୍କ ଦେହ ଫିକା ମାଟିଆ ରଙ୍ଗର ହୋଇଥିବା ବେଳେ ଓ ମୁଣ୍ଡର କଳା ରଙ୍ଗ ସେତେ ବିକଶିତ ହୋଇନଥାଏ । ଏପରି ସମୟରେ ଏମାନଙ୍କୁ ଦେଖିଲେ ଲୋକଙ୍କ ମନରେ କାତିଛାତି ବାରମାସୀ (scaly-breasted munia) ପକ୍ଷୀଶାବକ ବୋଲି ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟିହୋଇପାରେ ।
ବର୍ଗୀକରଣ
[ସମ୍ପାଦନା]ପୂର୍ବେ ମାଟିଆ ବାରମାସୀ ପକ୍ଷୀ ଓ କଳାମୁଣ୍ଡିଆ ବାରମାସୀ ପକ୍ଷୀଙ୍କୁ ଏକ ବର୍ଗର ବୋଲି ଧାରଣା ରହିଥିଲା । ଏଷ୍ଟ୍ରିଲ୍ଡିନାଏ ପକ୍ଷୀମାନେ ଭାରତରୁ ସୃଷ୍ଟି ହୋଇ ଆଫ୍ରିକୀୟ ଓ ଅନ୍ୟ ପ୍ରଶାନ୍ତ ମହାସାଗରୀୟ ପରିବାସକୁ ବ୍ୟାପ୍ତ ହୋଇଥିବାର ଅନୁମାନ କରାଯାଏ ।[୩]
ପରିସ୍ଥିତିକ ବ୍ୟବହାର
[ସମ୍ପାଦନା]କଳାମୁଣ୍ଡିଆ ବାରମାସୀ ମୁଖ୍ୟତଃ ଶସ୍ୟ ଓ ବିଭିନ୍ନ ବୀଜ ଆହାର କରିଥାନ୍ତି । ଏହାଛଡ଼ା ଏମାନେ ଲାଣ୍ଟାନା ବୁଦା, ବିଭିନ୍ନ କୋଳି, ବଣ ଡିମିରି, ଫୁଲର କଢ଼, ବାଉଁଶ ଗଜା ଆଦି ମଧ୍ୟ ଖାଇବା ଦେଖାଯାଏ ।[୪] ଏମାନେ ଛୋଟ କୀଟପତଙ୍ଗ ମଧ୍ୟ ଖାଇଥାନ୍ତି ।[୫] କଳାମୁଣ୍ଡିଆ ବାରମାସୀ ଆକାରରେ ଛୋଟ (ପ୍ରାୟ ୧୫ ସେଣ୍ଟିମିଟର ଲମ୍ବ) ଓ ନିଜ ଜାତିର ଅନ୍ୟ ପକ୍ଷୀଙ୍କ ସହିତ ରହିବା ପସନ୍ଦ କରନ୍ତି । ଜୁନରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ବର୍ଷା ଋତୁ ଏମାନଙ୍କ ମିଳନ ଓ ପ୍ରଜନନ ସମୟ । ମାଈ ବାରମାସୀ ଏକା ବେଳକେ ୩-୭ଟି ନୀଳ ରଙ୍ଗର ଅଣ୍ଡା ଦେଇଥାଏ । ଉଭୟ ମାଈ ଓ ଅଣ୍ଡିରା ପକ୍ଷୀ ଛୁଆଙ୍କ ଲାଳନପାଳନ ଦାୟିତ୍ୱ ବହନକରିଥାନ୍ତି ।
ପରିବାସ
[ସମ୍ପାଦନା]ଆର୍ଦ୍ର ତୃଣଭୂମି କଳାମୁଣ୍ଡିଆ ବାରମାସୀଙ୍କ ପ୍ରିୟ ପରିବାସ । ଏମାନେ କ୍ରାନ୍ତୀୟ ଅଳ୍ପ ଉଚ୍ଚତାବିଶିଷ୍ଟ ଆର୍ଦ୍ର ଅରଣ୍ୟ ପରିବାସରେ ରହିବା ମଧ୍ୟ ଦେଖାଯାଏ । ଲମ୍ବା ଘାସ ଥିବା ଅଞ୍ଚଳରେ ଓ ଚାଷ ଜମିମାନଙ୍କ ନିକଟରେ ମଧ୍ୟ ଏହି ପକ୍ଷୀମାନେ ବିଚରଣ କରିବା ଦେଖାଯାଏ ।
ଦ୍ୱନ୍ଦ୍ୱ ସୃଷ୍ଟିକାରୀ ଅନ୍ୟ ବାରମାସୀ ପ୍ରଜାତି
[ସମ୍ପାଦନା]ମାଟିଆ ବାରମାସୀର ଦେହ ମାଟିଆ ଓ ମୁଣ୍ଡ କଳା ରଙ୍ଗର । ପେଟ ପଟେ ଥିବା ମାଟିଆ ବା ଧଳା ପରରୁ ମାଟିଆ ଓ କଳାମୁଣ୍ଡିଆ ବାରମାସୀଙ୍କୁ ଯଥାକ୍ରମେ ଚିହ୍ନଟ କରିହେବ । ଇଣ୍ଡୋନେସିଆର କୃଷ୍ଣମୁଖ ବାରମାସୀ ଦେଖିବାକୁ ଭିନ୍ନ କିନ୍ତୁ ଏହାର ବୈଜ୍ଞାନିକ ନାମ କଳାମୁଣ୍ଡିଆର ବୈଜ୍ଞାନିକ ନାମ ପରି ହୋଇଥିବା ଯୋଗୁଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।
ଆଧାର
[ସମ୍ପାଦନା]- ↑ BirdLife International (2012). "Lonchura malacca". Retrieved 26 November 2013.
{{cite journal}}
: Cite journal requires|journal=
(help); Invalid|ref=harv
(help) - ↑ https://portals.iucn.org/library/sites/library/files/documents/RL-549.3-003-v.3.pdf
- ↑ Arnaiz-Villena, A; Ruiz-del-Valle V; Gomez-Prieto P; Reguera R; Parga-Lozano C; Serrano-Vela I (2009). "Estrildinae Finches (Aves, Passeriformes) from Africa, South Asia and Australia: a Molecular Phylogeographic Study" (PDF). The Open Ornithology Journal. 2: 29–36. doi:10.2174/1874453200902010029. Archived from the original (PDF) on 2012-03-21. Retrieved 2020-12-08.
- ↑ Udgata, Harsha Bardhan (2018). 100 Birds of Puri Wildlife Division.
{{cite book}}
: Unknown parameter|Publisher=
ignored (|publisher=
suggested) (help) - ↑ Naik, Satyesh; Dr. Arun Kumar Mishra (2017). Photographic Field guide to Birds of Sundargarh Forest Division.
{{cite book}}
: Unknown parameter|Publisher=
ignored (|publisher=
suggested) (help)