[go: up one dir, main page]

Jump to content

ଫାଟିବା

ଉଇକିଅଭିଧାନ‌ରୁ

ଫାଟିବା

ଉଚ୍ଚାରଣ

[ସମ୍ପାଦନା]

[ଫଟା(ଟେ)ଇବା—ପ୍ରୟୋଜକ କ୍ରିୟା]

  • (file)

ଅନୁବାଦ

[ସମ୍ପାଦନା]

(ଫାଟିଯିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ଫଟ୍ ବା ସ୍ଫଟ୍ ଧାତୁ= ବିଦାରଣ)

[ସମ୍ପାଦନା]
୧. ବିଦୀର୍ଣ୍ଣ ହେବା —୧. To be split up or cleft.

ଯେବେ ମୋହର ପେଟ ଗୋଟି ଫାଟିଯିବା କୃଷ୍ଣସିଂହ, ମହାଭାରତ, ବନ

୨. ଭାଙ୍ଗିଯିବା; ଦ୍ୱିଧା ବିଭକ୍ତ ହେବା — ୨. To break asunder; to be split asunder.
୩. ଚିରିଯିବା —୩. To be torn.
୪. (ଶୀତ କାଳରେ ଦେହ ଓ ଗୋଡ଼ର ଚମଡ଼ା) ବିଦୀର୍ଣ୍ଣ ହେବା —୪. To crack (said of the skin in winter).
୫. (ପାଦାଦି) ଥକିଯିବା; ଅବସନ୍ନ ହେବା — ୫. (legs) To be fatigued; to be over-tired.

ଫୁଲ୍ଲ ପଙ୍କଜ ମୃଦୁ ସୁନ୍ଦର ପାଦ ଫାଟୁ ଯେ ଥିବ ଲଭି ସଂଚାର ଖେଦ କବିସୂର୍ଯ୍ୟ. ସଙ୍ଗୀତ

୬. (ବ୍ରଣ ଘାଆ ଆଦି) ମେଲା ହୋଇଯିବା — ୬. To burst (said of boils)
୭. କମ୍ପିଯିବା —୭. To tremble.

ଗାଣ୍ଡିବ ଧନୁଙ୍କର ଗୁଣ ଗରଜନ ଶୁଣିଲେ ଫାଟିଯାଏ ଯୁଦ୍ଧ କଲା ସ୍ଥାନ କୃଷ୍ଣସିଂହ, ମହାଭାରତ, ବିରାଟ

୮. (ଦୁଇଜଣଙ୍କର ମନର ମେଳ) ଭାଙ୍ଗିଯିବା — ୮. To become alienated (said of two friends).
୯. (ଲକ୍ଷଣାର୍ଥ; ମନ)—ନିରୁତ୍ସାହ ହେବା ବା ଦୁଃଖିତ ହେବା — ୯. (fig) To be discouraged or dejected.
୧. (ଲକ୍ଷଣାର୍ଥ; କପାଳ) ମନ୍ଦଭାଗ୍ୟ ଯୁକ୍ତ ହେବା — ୧୦. (figurative; one's luck) To become bad.

ସଖି ! ଫାଟିଲା ମୋ କରମ ଜାଣିଲି ଭଲେ କବିସୂର୍ଯ୍ୟ, ସଙ୍ଗୀତ

(ଯଥା—ମୋ କପାଳ ଫାଟିଲା; ମୋ କର୍ମ ଫାଟିଲା; ମୋ ଭାଗ୍ୟ ଫାଟିଲା)